ଢଗମାଳିକା

 

 

 

 

 

 

 

 

 

ଢଗମାଳିକା

(ପ୍ରଥମ ଭାଗ)

ଶ୍ରୀ ଗୋବିନ୍ଦ ରଥ

 

 

ଅଧର୍ମବିତ୍ତ, ବଢ଼େ ବହୁତ, ଗଲାବେଳେ ଯାଏ ମୂଳସହିତ ।

ଅନୁଭବ ଥିଲେ କହ, ପାଠ ପଢ଼ିଥିଲେ ଗୀତ ଗାଉଥାଏ ବାଉରି ସହର ପୁଅ ।

ଅଖାଇ ରଙ୍କୁଣୀ ନ ଖାଏ ଭାତ, ମାରିଦେଉଥାଏ ପିହାଣ ସାତ ।

ଅମଧ୍ୟରେ ମଧ୍ୟପାତ, ଗୋଦର ଗୋଡ଼ରେ ବଳ ।

ଅନ୍ଧାରଘରେ କଣା ପଶେ, ଯାହା ପାଏ ତାହା ଅଣ୍ଟାରେ ଖୋସେ ।

ଅସଙ୍ଗତ ସଙ୍ଗିତା, ଅସଙ୍ଗରେ ସଙ୍ଗ ହେଲେ କାଠଘଣ୍ଟା ଲମ୍ୱିତା ।

ଅପାଳିକା ଦେଶକୁ ବୌଦଖଣ୍ତ ଲକ୍ଷେ ଟଙ୍କା ।

ଅବୁଝାମଣା ରାଜା ପାଳଚୁଣ୍ଟା ମନ୍ତ୍ରୀ ।

ଅଲାଜୁକ ପରେ ଖଡ଼ାଗଛ ସେ ବୋଲେ ମତେ ଛାଇ ହେଲ ।

ଅନ୍ଧାର ରାତିରେ କାଣୀଝମକେ, ଯେତେକ ପାଏ ଅଣ୍ଟାରେ ଯାକେ ।

ଅଲାଇ ରାଣ୍ତ, ଖାଲି ପାରିଥାଏ ପତର ଖଣ୍ଡ ।

ଅଗସ୍ତି ଦେଲେ ଦାନ, କଞ୍ଚାଗୁଆରେ ପଚାପାନ ।

ଅକାରଣଂ ବ୍ୟାକରଣଂ ପଟାଟୋପ ସକାରଣଂ ।

ଅଭାଗ୍ୟକୁ ଘଟେ ଅଣ୍ଟିସୁନା ପିତଳ ପାଲଟେ ।

ଅଜଗରକୁ ଦାତା ରମ ।

ଅରକ୍ଷିତକୁ ଦୈବ ସାହା ।

ଅକାଳେ ଗଉଡ଼ ପଥର ବୁହେ ।

ଅତିଲେମ୍ୱୁ ଚିପୁଡ଼ିଲେ ପିତା ।

ଅକର୍ମା ଯେଣେ ଯାଏ ଗମ୍ଭୀରା ଲିଙ୍ଗ ଛାଡ଼ି ପଳାଏ ।

ଅନ୍ଧଲେଖାରେ ଚନ୍ଦ୍ର ସୂର୍ଯ୍ୟ, ନାହାନ୍ତି ।

ଅଲାଇ ବଲାଇ ମାଙ୍କଡ଼ ମୁଣ୍ଡେ ।

ଅଖାଇ କରିଛି ଓଷା, ଡୋଲିକ ଚାଉଲ ଓଳିଏ ଖାଇ ଦାନ୍ତ ଅଛି ଦରଘସା ।

ଅକାଳେ ଗୋଦରୀ କଲା ବେଉସା ।

ଅକସ୍ମାତ ବଜ୍ରାଘାତ ।

ଅତିଭକ୍ତି ଚୋରର ଲକ୍ଷଣ ।

ଅନେକ ଲୋକରେ କି ମୂଷା ମରେ ?

ଅସତ୍ କର୍ମର ବିପରୀତ ଫଳ ।

ଅଭାଗ୍ୟ କାଳେ ବିପରିତ ବାଣୀ, ଚାଳରୁ ମୂଷା ପଡ଼ି ମାରିଲେ କହୁଣି ।

ଅନଳାନଳ ଓଦାକଣ୍ଟା ସବୁ ଜଳ ।

ଅତି ସାମରଥ ଯେବଣ ଲୋକ, ବୋଝ ଭାର ନେଇ ଲୋଚା ତା ବେକ ।

ଅକାଳକାଣ୍ତ କପାଳେ ବାଜେ ।

ଅଖାଇ ନାନୀ, ସରୁ କାଟଣା, ବସିଥାଏ ଚୁଲିମୁଣ୍ଡେ;

ଘଇତା ଆସି ପଚାରିଲେ କହେ କିଛି ଦେଇ ନାହିଁ ତୁଣ୍ଡେ ।

ଅଭିଆଣରେ ଭିଆଣ ଦେଖ, ପେଜ ପିଆଠାରେ ବାଜୁଛି ଶଙ୍ଖ ।

ଅଗ୍ନିକି ପବନ ସାହା ।

ଅତୋଭ୍ରଷ୍ଟ ସ୍ତତୋଭ୍ରଷ୍ଟଃ ।

ଅନାପତରକୁ ବନାପତର, ମୂଲ ଲାଗୁଥାଏ ପରଖେତର ପିଠି ଖାଉଥାଏ ଖରା

ସେବେ ମିଳୁ ନ ଥିଲା 'କୁଣ୍ଡା ଚକୁଳି ଏବେ ଲୁଚୁନାହିଁ ବିରିବରା ।

ଅକାଳେ ପୁଣି ଗରୁଡ଼ଦ୍ୱାଦଶୀ ।

ଅଳସୁଆ କପାଳକୁ ଗଙ୍ଗା ବିଜେ କଲେ ।

ଅରଜି ନ ପାରେ ମୁଣ୍ତ, ଭଲ ଖାଇଲୋଡ଼େ ତୁଣ୍ଡ ।

ଅଧା ଭୋଜନ ବୁଢ଼ିଗାଈ ଦାନ ।

ଅମୃତରେ କି ଅରୁଚି ?

ଅର୍ଥଗ୍ରାସ ସନ୍ୟାସୀ କି ଦଣ୍ତପ୍ରଣାମରେ ସନ୍ତୁଷ୍ଟ ହୁଅନ୍ତି ।

ଅଲାଜୁକ ଘରେ ମଞ୍ଜାରୀ, ପୋକ ଖାଇଗଲେ ଝିଞ୍ଜାରି ।

ଅରଜି ପାରିଲେ ଗରଜି ଖାଏ, ପର ଦେଇଥିଲେ ଉଭଉ ଥାଏ ।

 

 

ଆପୁଅ ଚୋର, ଗଞ୍ଜେଇଆ ଭୋଳ, ଧୂଆଁ ପଡ଼ିଆ ଘରେ ନିତି ଗୋଳ ।

ଅରେ ସଖି, ଆପଣା ମହତ୍ତ୍ୱ ଆପେ ରଖି ।

ଆଳି ରାଜ୍ୟରେ ଭିନ୍ନେ ବୁଝାମଣା, ଫାଟରେ କୁମ୍ଭୀର ଖାଏ ।

ଆପଣା ହାତେ ଜିହ୍ଵା ଛେଦି, ତା’ର କେ ଅଛି ପ୍ରତିବାଦୀ ।

ଆଲୋ । ସତୀ ! ବଡ଼ ଦେଉଳକୁ ପିମ୍ପୁଡ଼ି ଗିଳିଲା କୁଞ୍ଚାରେ ବୁଡ଼ିଲା ନଉତି ।

ଆଜି ହାଟ 'କି ହାଟ, କାଲି ହଟ ସିନା ହଟ, କିପାଇଁ ଆସିବ ଠେଙ୍ଗା ପାହୁରାଣି କିପାଇଁ ଆସିବ ଖଟ ।

ଆଖିର କଜ୍ଜ୍ୱଳ ସିନା ସହିହୁଏ, ଟିରିକି କଜ୍ଜ୍ୱଲ କି ସହିହୁଏ ।

ଆରେ ରସିକ, କଖାରୁଫୁଲକୁ ପାରୁଡ଼ା ପୋକ ।

ଆଟିକାଖିଆର ମାଇପ ମରେ, ଖଣ୍ଡିଗୁଣିଆର ଦ୍ୱି ଗୁଣ ସରେ ।

ଆଇଲା ରାବଣ ନେଲା । ସୀତା, ଏଥିପାଇଁ କି ପୋଥି ସାତଟା ।

ଆପେ ମଲେ ଯୁଗବୁଡ଼, ପରେ ମଲେ ପାଣି ବୁଡ଼ ।

ଆରେ କରୁଣା । ନୂଆ ଦେଖି ପାସୋରିଲୁ ପୁରୁଣା ।

ଆରେ ଢାମେଣା ବୁଲି ବୁଲି ଆସି ସେହି ଅଗଣା ।

ଆଖିରେ ଦେଖି ଶୁଣିବାକୁ କହେ, ଏପରି ନିର୍ବୋଧ ଅଛି କିଏ ?

ଆମ୍ବକସି, କଥା ଲହସରେ ବାହାରିଗଲି ମତେ ନ ବୋଲିବ ବଳପଶି ।

ଆଖି ଥାଉଁ କଣା ।

ଆପଣାର ସାତପୁତ, ପରର ଦେଖିଲେ କାଠରୁଢ଼ ।

ଆପେ ଯେବେ ରାଣ୍ତ, ତେବେ ସାଇ ପଡ଼ିଶା ରାଣ୍ତ ।

ଆଗେ ଦୁଃଖ ପଛେ ସୁଖ ।

ଆପେ ବଣିଜ, ପୁତେ ଚାଷ ।

ଆଲ ବୋଇଲେ କାଲ ଶୁଭେ, ଘରପୋଡ଼ି ବୋଇଲେ ବଣପୋଡ଼ି ଶୁଭେ ।

ଆ ବଳଦ ମତେ ବିନ୍ଧି ।

ଆମ୍ଭ ଉଖୁଡ଼ା ସେରକ ଦିଅ, ତୁମ୍ଭ ନାମ ଫେରାଇ ନିଅ ।

ଆପଣାଦେଶେ ଚାକିରି କଲେ କୁକୁର, ପରଦେଶେ ଚାକିରି କଲେ ଠାକୁର ।

ଆଦରେ ଭୋଜନ, କି କରେ ବ୍ୟଞ୍ଜନ ।

ଆପେ ମଲେ ସ୍ୱର୍ଗେ ଯାଏ, ପର ମଲେ ବୁଡ଼ ଦିଏ ।

ଆଉ କି ଅଛି ତୋ ପିଣ୍ଡାରେ ମୋ ଗାଇ ବ୍ୟାଇଛି ।

ଆପ କାର୍ଯ୍ୟଂ, ତାତ୍ପର୍ଯ୍ୟ°, ପରକାର୍ଯ୍ୟ° ଅଧାବିଧା ।

ଆଗପଛକୁ ବିଚାର କର ।

ଆଚାରେ ବ୍ରାହ୍ମଣ ବିଚାରେ ଯୋଗୀ ।

ଆଖି ବୁଜିଲେ ଦିନ ଦୁଇପହରେ ଅନ୍ଧାର ।

ଆକଟ କାମ, ଥିରଗମନ ତାକୁ ଜାଣିବ ପର, ଦିପହରିଆ ବସନ ଘୋଡ଼ା ତାକୁ ଜାଣିବ ଜର ।

 

 

ଇଷ୍ ବୋଇଲେ କି ଚୋଟ ଅଳପ କାଟେ ?

ଈଶ୍ୱରେଚ୍ଛା ନିରଙ୍କୁଶା ।

 

 

ଉଜିଗାଁରେ କୁଜୀ, ଯେଉଁ ଗାଁଆରେ ଦିଁଅ ନ ଥାଏ ଶିଳୁପାଟାଏ ପୂଜି ।

ଓଧ ସଙ୍ଗରେ ବଣଭୂଆ ବାଇ ।

ଓଧ ଖାଇଲା ପାଚଲା କଦଳୀ, ଘୁଷୁରି ଖାଇଲା ପାନ,

ଭୂଆ ବିରାଡ଼ି ବୈଷ୍ଣବ ହୋଇ ସଭାରେ କହୁଚି ଜ୍ଞାନ ।

ଉଇ, ଓଡ଼ଶ, ବଙ୍ଗାଳୀ, ମୂଷା, ମୁହଁ ଟାଣ ସବୁ ଫସରଫସା ।

ଉଠାମାଛ ମୁହଁରେ ବାଡ଼ି ।

ଉଠିଲ ଗଛ ପତ୍ରରୁ ଜାଣି ।

 

 

ଋଣିଆକୁ ଋଣ ଯେତେ, କହୁଣିଆକୁ କହୁଣି ତେତେ ।

ୠଣଶେଷ, ବ୍ୟାଧିଶେଷ, ଶତ୍ରୁଶେଷ, ଏହାକୁ ନ ରଖିବ ଲେଶ ।

 

 

ଏକେ ବାଇ, ତହିଁ ପାଳିନର ଗଞ୍ଜାଇ ଖାଇ ।

ଏକେ ଖନ, ତହିଁ ଜାଡ଼ୁଆ ଗୋସେଁଇ ପରସନ୍ନ ।

ଏକେ କାଳୀ, ଘେନିଛି କାଚ କୋଚିଳାମାଳୀ,

ପିନ୍ଧିଅଛି ପୁଣି ନେଳିଆ ଶାଢ଼ି,

ତହିଁରେ ହୋଇଛି ରାନ୍ଧଣାପାଳି ।

ଏ ନିଆଁଲଗା ଘରେ ଉଁଆସ ନାହିଁ କି ସଂକ୍ରାନ୍ତି ନାହିଁ ।

ଏଥର ତାକୁ ପୁଅବାର କେର ।

ଏଥର ତାକୁ ପଞ୍ଚମ ବୃହସ୍ପତି ।

ଏଥର ତାକୁ ଶନିସପ୍ତା ।

ଏ ଗୋଟିଏ ଗୋବର ଗଣେଶ ।

ଏକା ମାଘେ କି ଶୀତ ଯାଏ ।

ଏହି ବାଟେ ଯାଉ କଥା ନ କହୁ, କଥା କି ମନୁଷ୍ୟ ଖାଇବ ।

ରଙ୍ଗ ଟହ ଟହ ଶିମିଳିଫୁଲ ସବୁଦିନେ ଏ କି ରହିବ ।

ଏଡ଼ିକି ଯୋଗ, କୁଣ୍ଡାଖାଇକି ନରସିଂହ ଭୋଗ ।

ଏତେବେଳଯାଏ ବ୍ରହ୍ମାକୁ ଲିତାଏ ହୋଇ ନାହିଁ ।

ଏଡ଼େ ମଲାରେ ତ ଦିଓଳି ଗରମ ।

ଏଥର ବ୍ରାହ୍ମଣୀ ହାତକୁ ଅଡ଼ା ଗଲା ।

ଏହି ମୁହଁକୁ କି ତତଲା ଭାତ ?

ଏଡ଼େ ଗହୀରରେ ଚାଷ କି ?

ଏ କେତେ କଡ଼ାରେ ଗଣ୍ଡାଏ କି ?

ଏ ନାହାରେ ଗୋଡ଼େ, ସେ ନାହାରେ ଗୋଡ଼େ ।

ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ, ସାକ୍ଷୀ ନୁହେଁ ।

ଏଣେ ମାଇଲେ ବ୍ରହ୍ମହତ୍ୟା, ତେଣେ ମାଇଲେ ଗୋହତ୍ୟା ।

ଏଘର ମାଉଷୀ, ସେ ଘର ପିଉଷୀ ।

ଏଁଶ ଚାଷ ଘରେ ପଶୁ, ଆରବରଷରୁ ହାଡ଼ି, ବାଉରି ଚଷୁ ।

ଏ ପର୍ବରେ ସେ ପିଠା ନୁହେ ।

ଏ ବର୍ଷ ମଳୁ ଆରବରଷକୁ ବୈଦ୍ୟ ।

ଏ ହାତ ପାପ କି ସେ ହାତକୁ ଯାଏ ?

ଏକା ହାତରେ କି ତାଳି ବାଜେ ?

ଏକ କୁତା ଶଶୁର ଘରେ ଜ୍ୱାଇଁ ।

ଏକ କୁତା ଭଉଣି ଘରେ ଭାଇ ।

ଏକ କୁତା କୁତା ପାଳେ, ଏକ ପୁତା କୁତା ମାରେ ।

ଏକରୁ ଦୁଇ ନାହିଁ, ଛିଡ଼ିଗଲେ ଗଇଁଣ୍ଠେଇବାକୁ ନାହିଁ ।

ଏକା ନଇ ସହସ୍ରେ କ୍ରୋଶ ।

ଏକାନରେ ପଶି ସେ କାନରେ ଗଲା ଏକା, ନର ପୀଡ଼ାପାଇଁ ।

ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର ।

 

 

ଓହ୍ଲାଇଲା ହାଣ୍ତି ଶୀତଳ ।

ଓଟ ମୁହଁରେ ଜିରା ।

ଓଲେଇ ଦରକଞ୍ଚା ଖାଏ, ଦୁଆର ବୁଲିଲେ ପୋଡ଼ିଯାଏ ।

ଓଲୁଅ ତିଆରେ ବଣ ସାରୁକୁ , ତୋର ମୋର ଯିବ ବାହା ଘରକୁ ।

ଓଢ଼ଣା ପଡ଼ଇ ନାକ ସରିକି, ତୁଣ୍ତ ଶୁଭୁଥାଏ ଚଉପାଡ଼ିକି ।

 

 

କଥାକେ ଦଣ୍ତପାଟ, କଥାକେ ମୁଣ୍ତକାଟ ।

କତରା ଘୋଡ଼ି ହେଲେ କି ଯମ ଛାଡ଼େ ?

କଉଡ଼ି ନ ଥାଏ ମୂଲାଉ ଥାଏ, ଦେଖି ଚାହିଁ ପେଟ ଫୁଲାଉ ଥାଏ ।

କଲିକତାରେ ଭାଣ୍ତ ଜିଅନ୍ତି, ସନ୍ତରା ବଣରେ ଧଣ୍ଡ ଜିଅନ୍ତି ।

କଞ୍ଚା ଗୁଆକୁ ପଚା ପାନ ।

କାହିଁପାଇଁ କଣ୍ଟାରେ ଲୁଗା ପକାଇ, ଛାଟି ହେଉଛି ।

କଉଡ଼ି ବେଲି କାହାଣେ, ରଣଝଣ କରି ଗଣ୍ଡାଏ ଗଣ, ଆଠପଣ ପାଇଁ କହିଛି, ଚାରିପଣ ପାଇଁ କହୁଛି, ବାକି ଆଉ କେତେ ?

କବି ତୁଣ୍ଡ, ମେଣ୍ଢା ମୁଣ୍ଡ ସମାନ ।

କଙ୍କଡ଼ାକୁ ଗୋଳି ପାଣି ସୁହାଏ ।

କହି ଜାଣିଲେ କଦଳିମୁଣ୍ଡା ବିକାଯାଏ, ମାଗୁର ମାଛ ଚାହୁଁ ଥାଏ ।

କଥାକୁ କଥାଏ, ଭାଇଘରକୁ ଭଉଣୀ ଗଲେ ସିନ୍ଦୁର ମଥାଏ ।

କଳି ନ ଥଲେ ଦି’ ମାଇପ କର, କଉଡ଼ି ନ ସରିଲେ ଦୋ’ଘର କର ।

କପା,କର୍ପୂର ଏକ ଭାଉ ।

କଅଁଳ ପାଇ ଲୁହା ବିରାଡ଼ି କାମୁଡ଼େ ।

କହି ଦେଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ ।

କନ୍ୟା ତୁଳମତିକ୍ରାନ୍ତା, ନିଗ୍‍ଶା ପିତରୋଗତାଃ ।

କର୍ମଗୁଣେ କରମଙ୍ଗା ଫଳେ, ଲାଉ ଲଗାଇଲେ ଚଲଣା ଫଳେ ।

କହିଲା କଥା ନ କର ରାୟ, ପଛେ ହେବ ବାମନାଭୂତପ୍ରାୟ ।

କଟକ ଭଣ୍ଡାରି ଦେଶକୁ ରାଜା ।

କହିବି କହାକୁ ଶୁଣିବ କିଏ, ସାନ୍ତ ଅବୁଝା ମାରିବ ଯେ ।

କର୍ପୂର ଗଲାଣି କନା ଅଛି ।

କଥାର ସନ୍ଧି, କାଉ ଧାନ ଖାଏ ବେହୁକୁ ବାନ୍ଧ ।

କପାଳେ ନ ଥଲେ କି ଭୂପାଳେ ଦିଅନ୍ତି ?

କଥା ହୁଁକୁ, ଗୀତ ମୁଁହକୁ ।

କବିକି କାବ୍ୟ ପଢ଼ାଇବାର ।

କଅଁଳ କହି ରାଧା, ଘରକୁ ଗଲେ କଥା ନ କହନ୍ତି ବାଟରେ ବଡ଼ ଶରଧା ।

କଣା ଭାଇରେ କଣା ଭାଇ, ଆଖୁ ଖଣ୍ତେ ଦେବୁ କି ? ନା ତୋର ଯେ ବଚନ ମଧୁର ଗୁଡ଼ ଖଣ୍ଡେ ଦେବାକୁ ଇଚ୍ଛା ହେଉଚି ।

କଣ୍ଟାବାଡ଼େ ଲୁଗା ପକାଇ କଳି କରିବା ।

କରତର ଘା’ ସହିବ ଯେ, ଖଣ୍ଡ ଖଣ୍ଡ ମୁଣ୍ଡା ଖାଇବ ସେ ।

କଜଳପାତିଆ ଭଲଲୋକ ।

କଣ୍ଟାରେ ସିନା କଣ୍ଟା କାଢ଼ନ୍ତି ।

କପାଳଗୁଣେ ଗୋପାଳ ଠାକୁର ।

କପାଳ ଛଡ଼ା ବାଟ ନାହିଁ ।

କର୍ପୂର ଗନ୍ଧ, ଚନ୍ଦନ, ଦେଇ, ରସୁଣ ଗନ୍ଧ କି ହୁଏ ଛଡ଼ାଇ ।

କଡ଼ାକେ ତରି, କଡ଼ାକେ ମରି, କଜାକେ ଘରଦୁଆର କର ।

କଟକ ଚିନ୍ତା କାହିଁକି ବାଇ ମୁଣ୍ତିକି ଲାଗିଚି ।

କସାଗୁଆ, ବସାବହୁ, ସମୟରେ କାର୍ଯ୍ୟକୁ ଆସନ୍ତି ।

କହିଲେ କୁଳକୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି ।

କଟା ଘା’ରେ ଚୂନ ।

କଉଡ଼ି ଦେଲେ ବାଘଦୁଧ ମିଳେ ।

କଉଡ଼ିଥିଲେ ମା’ ବାପ ଛାଡ଼ି ସବୁ ମିଳେ ।

କଥାରେ କଣି ନେବାର କଂସାଧନ ଅଧାଧନ, ଗୋରୁ ଧନ ନିଧନ ।

 

କା

 

କାଲଠାର କାଲ ମା’ ଜାଣେ । କାଲ ଆଗେ ମୂଳା ଚୋବାଇବା ନ୍ୟାୟ ।

କାଲି ସୁଆଦ ପାଇଛି, ସକାଳୁ ଉଠି ଧାଇଁଛି ।

କାଳିକି ରସନ୍ତି, ନ ଦେଲେ ରୁସନ୍ତି, ଦେଲେ କୁରୁ କୁରୁ ହୋଇ ହସନ୍ତି ।

କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ, କାହିଁ ଗଜଦନ୍ତ କାହିଁ ବାଉଁଶ କଣି ।

କାଳର ଅଟେ ବିପରୀତ ରୀତି, ଦଣ୍ଡକେ ଦଣ୍ଡେ, ଦଣ୍ଡକେ ଟେକାଏ ଛତି ।

କାଣି ଆଙ୍ଗୁଠି ଫୁଲିଲେ ବୁଢ଼ା ଆଙ୍ଗୁଠି ମୋଟ ହୁଏ କି ?

କାଲିର ଯୋଗୀ, ମୁଣ୍ଡରେ ଜଟା ।

କାହାର ବାଟିଲେ ଘଷିଲେ ପୋଡ଼ପିଠା, ତାହାର ଚୁଲିଲେ ହଗିଲେ ପୋଡ଼ପିଠା ।

କାଳୀ କି ଗୋରୀ, ଦୀପ ଲିଭିଲେ ଏକସରି

କାଙ୍କ ନ ଜାଣି କି ଗାଡ଼ିଆ ଥାଏ ?

କାଣୀ ଆକ୍ଷିରେ କଜ୍ଜ୍ୱଳଗାର ।

କାହାର ହରଣୀ କେ ନେଇ ବାନ୍ଧେ, ପର ପୁଅ ଲାଗି ଯୋଗିଆ କାନ୍ଦେ ।

କାହାର କଣନଖା ଟାଣି ହଉଚି ?

କାକର ଚିପୁଡ଼ିଲେ କି ଘଡ଼ା ପୁରେ ?

କାମ ସାର ବସ, ଶତ୍ରୁ ମାର ବସ ।

କାଖରେ ପତର, ହାତରେ ଲୁଣ, ମିଛେ କହୁଥାନ୍ତି ତିନି ତିଅଣ ।

କାକୁଡ଼ି ଚୋରକୁ ମୁଣ୍ତକାଟ ଶାସ୍ତି ।

କାଳ ଢିଙ୍କିଶାଳେ ଗଲା, ଏବେ ଡେଙ୍ଗା ପାଚେରୀ ପଡ଼େ ।

କାହାର କି ହେଉଛି, ଗୁଡ଼ିଆ ଘରକୁ ଧାନ ଯାଉଛି ।

କାଞ୍ଜିପାଣି ହାଣ୍ଡି ଭାଙ୍ଗିଗଲାପରେ, ଟଙ୍କ ମରୁ ନାହିଁ !

କାଉ କୋକିଳ ଏକବର୍ଣ୍ଣ, ଶବ୍ଦଦ୍ୱାରା ଭିନ୍ନ ଭିନ୍ନ ।

କାଉ ଖାଏ ପଣସ, ବକ ମୁଣ୍ତରେ ଅଠା ।

କାଣୀ ଗାଈର ଭିନ୍ନେ ଗୋଠ ।

କଣି କଉଡ଼ି ପଚାତାଳ, ଏହା ବିକିବ ରାତ୍ରକାଳ ।

କାଲି ଅଇଲା ରାଣ୍ତି, ଆଜି ଭାଙ୍ଗିଲା ଖୁଦର ହାଣ୍ତି ।

କାଳ, ଜନ୍ମ, ବରଷା, ଏହା ନ ଜାଣେ ପୁରୁଷା ।

କାହା ମନ କାହାକୁ ଜଣା, ମିଛେ ବୋଲୁଥାଏ ମୁ ତୋର କିଣ । ।

କାଳୀ ଜାୟୀ ଗଣ୍ତକୁ, ସନ୍ତିଆ ବୁହାଣ କାରିଆ ।

କାଳିଆ ମୁହଁରାକିମ, ମାଡ଼ ଆସୁଥାଏ ଝୁମୁକି କଠାଉ ମୋଡ଼ି ଦେଉଥାଏ ନିଶ ।

କାଟିଲେ ରକ୍ତ ନାହଁ, କି କୁଟିଲେ ମାଂସ ନାହିଁ ।

କାଉ ତୁଣ୍ତେ ପୁଣି କୃଷ୍ଣ କଥା ।

କାହାକୁ ନ ରୁଚେ ସର ଲବଣି, କିଏ ଲୋଡ଼ିଲେ ନ ପାଏ ପେଜ ତୋରାଣି

କାହାର ଶ୍ରାଦ୍ଧ କିଏ କରେ, ବ୍ରାହ୍ମଣ ଦନା ଶିଇଁ ଶିଇଁ ମରେ ।

କାନଶିରୀ ଗୋଟାସୁଧା ଯାଏ, ପାନରୁ ଶିରା କଢ଼ା ଯାଉଛି ।

କାନ ଯାହାର ଥାଏ ନୁଡ଼ୁକା ନ ଥାଏ, ନୁଡ଼ୁକା ଯାହାର ଥାଏ କାନ ନ ଥାଏ ।

କାଚ କାଚ, ମଣି ମଣି, କିଣାବିକାବେଳେ ଜାଣି ।

କାଳକ ଯାକ ଥିଲା ବସି, ଆଷାଢ଼ ମାସରେ ପାରୁଛି ଘସି ।

 

କି

 

କି କହିବି ଗୁଣରାଶି, ହତାଶିରା ଘରକୁ ଅରକ୍ଷିତ କୁଣିଆ କି ଯୋଗେ ମିଳିଲେ ଆସି ।

କିଏ କହୁଥାଏ କାହାର କଥା, କାନି କହୁ ଥାଇ ଦିଅର କଥା ।

କି ହଉ ହଉ କି ହୋଇଲା, କା ପାଇଁ ରଖିଲି କେ ଖାଇଲା ।

କିଏକି କାକ ଚରିତ୍ର ପଢ଼ିଛି ।

କିଏବା ଘୋଡ଼ା ପାଲିଙ୍କିରେ ଲକର ଲକର, କିଏବା ଖଣ୍ଡିଆ କାନ୍ଥରେ ହକର ହକର ।

କିଛିକିଛି ଅଧିକାର ନବାତପଣା ସଙ୍ଗେ ସରି ।

 

କୁ

 

କୁଟ ବଚନ, ମିଠା ତିଅଣ ପାସୋର ନ ଯାଏ ମନୁ ।

ଦିନ ଦିନକରେ ମନେ ପଡୁଥିଲେ ଘାରି ହେଉଥାଏ ତନୁ ।

କୁଳ ବୁଡ଼ିବାର ଦେଖ ଏ ରୀତି, ଅଜା ଥାଉଁ ଥାଉଁ ମରଇ ନାତି ।

କୁହା ଯାଉଥାଏ ସୀନା, ତୁହାଇ ତୁହାଇ ପୁଟ ଦେଉଥିଲେ ଲୁହା କି ହୋଇବ ସୁନା ।

କୁମ୍ଭାର ବୋହୁ, ଝାଟିକି ନ ଗଲେ ମାଟିକି ଯାଉ ।

କୁଣିଆଁକୁ କାହିଁକି କାନ୍ଥ ଗରୁ ।

କୁଆ ଧାନ ଖିଆ ଦେଖି, ବଗ ଧାନ ଖାଉଚି ।

କୁଣ୍ଡା ଦେଇ ପାଠ ପଢ଼ିବାର ।

କୁଳର କନ୍ୟାକ କାଳୀ, ତୀର୍ଥ ପାଣିକି ଗୋଳି ।

କୂଅରେ ବେଙ୍ଗ ପଡ଼ିଲେ ସମସ୍ତେ ଟେକାଏ ଟେକାଏ ପକାନ୍ତି ।

କୁଳକ୍ଷୟବେଳକୁ ଘୋଡ଼ାମୁଁହା ପୁଅ ଜାତ ।

କୁକୁରର କାମୁଡ଼ିବା ଆଣ୍ଠୁ ତଳେ ।

କୁକୁର ର ଘର ନାହିଁ, ଧାଇଁ ଧାଇଁ ଅସର ନାହିଁ ।

କୁକ୍କୁର ଲାଙ୍ଗୁଡ଼କି ବାର ବରସରେ ସଳଖ ହୁଏ ?

କୁଣିଆକୁ ଭାତ, ରଜାକୁ ଖଜଣା, ମନା ହେବାର ନୁହେଁ ।

 

କେ

 

କେମ୍ପା କରଣ, ଛୋଟା ଘୋଡ଼ା, ଖନା ଓକିଲ, ହାକିମ ତେଢ଼ା ।

କେଉଟ ବୁହାଏ ମାଛ, ଖାଏ କଙ୍କଡ଼ା ।

କେବେ ଶଗଡ଼ ଉପରେ ନାହା, କେବେ ବା ନାହା ଉପରେ ଶଗଡ଼ ।

କେବେ ତେଲ ସାତିରେ ନଣ୍ଡା, କେବେ ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା ।

କେବେ ଘିଅ ପଣା, କେବେ ବା ମୁଠିଏ ଚଣା, କେବେ ସେବି ମନା ।

କେହି ସାତ, କେହି ସତର, କେ ହୀରା, କେ ପଥର ।

କେଉଁ ବାହାକୁ ଦିବୋଳ ଅଳତା ।

କେତେ ଦିନ ଥିବ ଆମ୍ବର ପଣ, ଆମ୍ବ ସରି ଗଲେ ଟାକୁଆ ବଣ

କେବେ ଦେଇଥିଲା ଧାନ ପାଏ, ଗୋଡ଼ାଇ ମାରୁଛି ଏବ ଯାଏ ।

କେବେ ଦେଇଥିଲ ମୂଢ଼ି ପାଏ, ଖୁଣ୍ଟଣା ଦେଉଚ ବୁଢ଼ୀ ଯାଏ ।

 

କୋ

 

କୋଡ଼ିକେ ବୋଡ଼ିଏ ମିଛ ।

କୋଳରେ ଶୁଏ, କାନରେ କହେ, ତା କଥା ଏକି ଅନ୍ୟଥା ହୁଏ ?

କୋଶେ ଗଲେ ପୋଷେ ପାଇ ।

କୁନ୍ତିଙ୍କର ଅର୍ଜୁନ ମଲେ ପାଞ୍ଚ, କର୍ଣ୍ଣ ମଲେ ପାଞ୍ଚ ।

 

 

ଖରା ସହେ ମେରୁ, ଖରା ସହେ ଗୋରୁ, ଖରା ସହେ ମୂଲିଆ ବାପୁଡ଼ା, ଖରା ସହେ ତରୁ ।

ଖପର ଭଞ୍ଜନ ଯେ, ଧନୁ ଧରାଇବ ସେ ।

ଖଡୁ ଭଲ କରି ମାଜ, ମୁଦି ଭଲ କରି ମାଜ, ରାଜା ଜାଣିଲେ ପଡ଼ିସା ଜାଣିଲେ ଆଉ କାହିଁ ପାଇଁ ଲାଜ ।

ଖଟ ଭାଙ୍ଗିଲେ ଭୂମି ଶଯ୍ୟା । ଖଣ୍ଡା ହାଣେ ଫରି ଯଶ ନିଏ ।

ଖଡ଼ିକି ଆଣ, ପେଡ଼ିକି ଆଶ ।

ଖଡ଼ୁ ବିକି ରଖିଲି ଲୋକ, ସେ ହେଲା ସାନ୍ତାଣୀ ମୁ ହେଲି ଲୋକ ।

ଖଚାହିଁ ଭଲ ଭଲ ଲୋକ କହନ୍ତି, କ୍ଷିତି ପତି ଆଶ ଚାହିଁ ।

ଖପରା କାଣ୍ଡୁ, କିଛି ନ ପାଇ ଭୂଇଁ ଧରାଣ୍ଡୁ ।

ଖଣ୍ଡିଆ ଗୀତ, ରଙ୍କ ମାନିତ, ଏ ନୁହନ୍ତିଟି କାହାକୁ ହିତ ।

ଖଣ୍ଡିଗୁଣିଆର ଦିଗୁଣ ସରେ, ଆଟିକା ଚାହାଁର ମାଇପ ମରେ ।

 

ଖା

 

ଖାଇବା ଭାତରେ ଧୂଳୀ ଫିଙ୍ଗିବାର ।

ଖାଇଲା ପୁଅ, ଝୀଅ ରଙ୍କ ।

ଖାରିଆ ଖଡ଼ାକୁ ନବାତ, ତହିଁ ଭାବ ନାହିଁଲୋ ସଙ୍ଗାତ ।

ଖାଇଲେ ଜାତି ଯାଏ ନାହିଁ, କହିଲେ ଜାତି ଯାଏ ।

ଖାଇଲେ ପେଟ ପୁରେ ନା, କହିଲେ ପେଟ ପୁରେ ।

ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ବୁଲିଲେ ବଢ଼ଇ ବାୟୁ ।

ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ ।

ଖା ଖା ବୋଇଲେ କି ପେଟ ପୂରେ, ନା ଦେବି ଦେବି ବୋଇଲେ ଦିନ ସରେ ।

ଖାଆନ୍ତି କୁରୁବଳଙ୍କର, କାମ କରନ୍ତି ପାଣ୍ଡବଙ୍କର ।

ଖାଇବ ସହଳ ଶୋଇବ ଆଗେ, ଉଠିବ ସକାଳେ ଚାଲିବ ବେଗେ ।

 

ଖୁ

 

ଖୁଆଇ ପିଆଇ ରଖିଲି ଦାସୀ, ସେ ହେଲା ସାନ୍ତାଣୀ ମୁ ହେଲି ଦାସୀ ।

ଖୁଦ ଫୁଟିଲେ ଲକାଇ ।

Image